ଠକାମୀ ଇମେଲ୍, କଲ୍ ଏବଂ ଏସଏମଏସ - ଆରବିଆଇ - Reserve Bank of India
rbi.page.title.1
rbi.page.title.2
ସଂକ୍ଷିପ୍ତ ବିବରଣୀ
ସଂକ୍ଷିପ୍ତ ବିବରଣୀ
ବହୁ ପରିମାଣର ଟଙ୍କା ପ୍ରତିଶୃତି ଦେଉଥିବା ଅବାଞ୍ଛିତ ଇ-ମେଲ, କଲ ଏବଂ ବାର୍ତ୍ତା ବା ମେସେଜ ନକଲି ହୋଇଥାଏ । ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ କ୍ଷତିରେ ପକାନ୍ତୁ ନାହିଁ ।
- ଆରବିଆଇ / ଆରବିଆଇର ଅଧିକାରୀ ଏବଂ / କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କ ନାମ ନେଇ ଆପଣଙ୍କ କାର୍ଡ ବ୍ଲକ କରା ଯାଇଛି କହୁଥିବା କିମ୍ବା ଆପଣଙ୍କୁ ବିପୁଳ ପରିମାଣର ଟଙ୍କା ଦେବାର ପ୍ରତିଶୃତି ଦେଉଥିବା ଏସଏମଏସ, ଫୋନ କଲ କିମ୍ବା ଇ-ମେଲ ଦ୍ଵାରା ପ୍ରତାରଣାର ଶିକାର ହୁଅନ୍ତୁ ନାହିଁ ।
- ଜ୍ଞାତ କିମ୍ବା ଅଜ୍ଞାତ ସଂସ୍ଥାଗୁଡ଼ିକରୁ ବିପୁଳ ପରିମାଣର ଟଙ୍କା ପାଇବା ପାଇଁ କୌଣସି ବ୍ୟକ୍ତିକୁ ପ୍ରାରମ୍ଭିକ ଜମା, କମିଶନ ସ୍ଥାନାନ୍ତର ଶୁଳ୍କ ଭାବରେ ଟଙ୍କା ପଠାନ୍ତୁ ନାହିଁ |
- ଆରବିଆଇ କୌଣସି ବ୍ୟକ୍ତିଙ୍କ ଖାତା ଖୋଲେ ନାହିଁ କିମ୍ବା ଏହା କ୍ରେଡିଟ କିମ୍ବା ଡେବିଟ କାର୍ଡ ପ୍ରଦାନ କରେ ନାହିଁ
- ନିଜର ବ୍ୟାଙ୍କ ଖାତା ବିବରଣୀ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ୟୁଜର୍ ଆଇଡି (ID), ପାସୱାର୍ଡ, କ୍ରେଡିଟ କିମ୍ବା ଡେବିଟ କାର୍ଡ ସଂଖ୍ୟା, ସିଭିଭି, ଏଟିଏମ ପିନ କିମ୍ବା ଓଟିପି କାହାକୁ ବି ଦିଅନ୍ତୁ ନାହିଁ । ଆରବିଆଇ କିମ୍ବା ଆପଣଙ୍କ ବ୍ୟାଙ୍କ ଏଗୁଡିକ ପାଇଁ କେବେ ବି ପଚାରିବ ନାହିଁ ।
- ଏସଏମଏସ /ଇମେଲ ମାଧ୍ୟମରେ ପ୍ରାପ୍ତ କୌଣସି ଲିଙ୍କ ଉପରେ କ୍ଲିକ୍ କରି ନିଜର ବ୍ୟାଙ୍କ ଖାତାର ବିବରଣୀ କଦାପି ଦିଅନ୍ତୁ ନାହିଁ । କେବଳ ଆପଣଙ୍କ ବ୍ୟାଙ୍କର ଅଫିସିଆଲ ସାଇଟରେ ଦିଆଯାଇଥିବା ସୂଚନା କିମ୍ବା ଆପଣଙ୍କ କ୍ରେଡିଟ କିମ୍ବା ଡେବିଟ କାର୍ଡର ପଶ୍ଚାତ ଭାଗରେ ଦିଆ ଯାଇଥିବା ସୂଚନାକୁ ହିଁ ଭରସା କରନ୍ତୁ ।
- ଯଦି ଆପଣ ବିଦେଶରୁ କିମ୍ବା ଭାରତ ମଧ୍ୟରେ ସହଜରେ ପ୍ରାପ୍ତ ହେବା ଭଳି ପାଣ୍ଠିର କୌଣସି ପ୍ରସ୍ତାବ ବା ଅଫର ପାଆନ୍ତି, ତେବେ ଆପଣ ସ୍ଥାନୀୟ ପୋଲିସ୍, ସାଇବର କ୍ରାଇମ କର୍ତ୍ତୃପକ୍ଷ କିମ୍ବା sachet@rbi.org.in ରେ ଅଭିଯୋଗ ଦାଖଲ କରିପାରିବେ ।
* ଯଦି ଆପଣ ନିଜେ ଏକ ଦେଣନେଣର ପ୍ରାରମ୍ଭ କରିଛନ୍ତି, ତାକୁ ଛାଡ଼ି ଅନ୍ୟ କ୍ଷେତ୍ରରେ ଅଭିଯୋଗ ଦାଖଲ କରିପାରିବେ ।
ଅଧିକ ସୂଚନା ପାଇଁ
ଅଧିକ ସୂଚନା ପାଇଁ
କ୍ଵିକ୍ ଲିଙ୍କ
ଆପଣ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବା ବିଷୟ ଉପରେ କ୍ଲିକ୍ କରନ୍ତୁ ଏବଂ ଏହା ବିଷୟରେ ଆପଣଙ୍କର ସବିଶେଷ ସୂଚନା ରହିବ. ଯଦି ଆପଣ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ କରନ୍ତି, ତେବେ ଦୟାକରି ଆମକୁ rbikehtahai@rbi.org.in ରେ ଲେଖନ୍ତୁ
20099
ଆପଣଙ୍କର ଆର୍ଥିକ ସ୍ଥିତିକୁ ସୁରକ୍ଷିତ ରଖନ୍ତୁ
ଡିଜିଟାଲ୍ ବ୍ୟାଙ୍କିଙ୍ଗ କୁ ଯାଆନ୍ତୁ
ଆପଣଙ୍କର କରେନ୍ସି ଜାଣନ୍ତୁ
ବ୍ୟାଙ୍କ ସ୍ମାର୍ଟ
ଆରବିଆଇ ସହିତ ଯୋଗାଯୋଗ କରନ୍ତୁ
ପେଜ୍ ଅନ୍ତିମ ଅପଡେଟ୍ ହୋଇଛି: null
ଏହି ପେଜ୍ ସହାୟକ ଥିଲା କି?